ଆଜି ତନଭି ପବ୍ଲିକ୍ ସ୍କୁଲର ଦ୍ୱାଦଶତମ ବାର୍ଷିକ ଉତ୍ସବ ବଡ଼ ଧୂମଧାମ ରେ ପାଳନ କରାଗଲା। ଏଥିରେ ମୁଖ୍ୟ ଅତିଥି ଭାବରେ ଚାନ୍ଦିନୀ ପଣ୍ଡା, BEO ହିଞ୍ଜିଳିକାଟୁ ବ୍ଲକ, ମୂଖ୍ୟ ବକ୍ତା ଭାବେ ନିଳାଞ୍ଚଳ ସାହୁ PET ଅଧ୍ୟାପକ ବେଲେଶ୍ୱର ମମହାବିଦ୍ୟାଳୟ ଗଣ୍ଡଳା ଗୋପାଳ କୃଷ୍ଣ ସ୍ୱାଇଁ , CRCC ସିକିରି କ୍ଲଷ୍ଟର, ସୁନୀଲ ଗନ୍ତାୟତ pharmacist , ରଞ୍ଜନ କୁମାର ପଟ୍ଟନାୟକ ଶିକ୍ଷକ ଧୋବାଡ଼ି ,ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ଆଗକୁ ନେଇଥିଲେ, ବିଦ୍ୟାଳୟର ସଭାପତି ଶ୍ରୀ ନୀଳମାଧବ ସାବତ ଗଣେଷ ଙ୍କ ଠାରେ ଦୀପ ପ୍ରଜ୍ଜଳନ କରି ସଭା ଆରମ୍ଭ କରାଯାଇଥିଲା।ସଭା କୁ କେ କିରଣ କୁମାର ସମ୍ପାଦନା କରିଥିଲେ।ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରସେଞ୍ଜିତ୍ ଶତପଥୀ ବାର୍ଷିକ ବିବରଣୀ ପାଠ କରିଥିଲେ । ତାଙ୍କ ଭାଷଣରେ କହି ଥିଲେ ।ଅନ୍ୟ ଅତିଥି ମାନେ ନିଜର ବକ୍ତବ୍ୟ ରେ ବିଦ୍ୟାଳୟର ଉନ୍ନତି ପାଇଁ ସବୁ ଚେଷ୍ଟା କରିବୁ ବୋଲି କହିଥିଲେ। ନିଳାଞ୍ଚଳ ସାହୁ ଙ୍କ ଭାଷଣ ରେ ବହୁତ୍ ସୁନ୍ଦର ଭଜନ ମାଧ୍ୟମ ରେ ପିଲା ଙ୍କୁ ପାଠ ପଢ଼ିବା ଏବଂ ଭବିଷ୍ୟତରେ କେମିତି ଭଲ ନାଗରିକ ହେବେ ସେ ବିଷୟରେ ଉଦବୋଧନ ଦେଇ ବୁଝାଇଥିଲେ।
ଚାନ୍ଦିନୀ ପଣ୍ଡା ମୁଖ୍ୟ ଅତିଥି ମଧ୍ୟ ତାଙ୍କର ଭାଷଣ ରେ ପିଲାଙ୍କୁ ମୋବାଇଲ ଠାରୁ ଦୂରରେ ରଖିବା ପାଇଁ ଅଭିଭାବକ କୁ ତାଙ୍କ ଭାଷଣରେ ବୁଝାଇ ଥିଲେ ଏବଂ ପିଲା ମାନଙ୍କ ନୈତିକ ଓ ଭୌତିକ ବିକାଶ କେମିତି ହେବ ସେ ବିଷୟରେ ପିଲାଙ୍କୁ ଉଦବୋଧନ ଦେଇଥିଲେ।ଶେଷରେ ସବୁ ମାନ୍ୟ ଗଣ୍ୟ ବ୍ୟକ୍ତିଙ୍କୁ ବିଦ୍ୟାଳୟର ସଭାପତି ନୀଳମାଧବ ସାବତ ଙ୍କ ଦ୍ଵାରା ଉପଢୋକନ ଦେଇ ସମ୍ମାନିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ମନୋଜ କୁମାର ପଟ୍ଟନାୟକ, ପ୍ରିୟଙ୍କା ଜେନା, ଲିଲା ରାଣୀ ସାବତ , ପଦ୍ମା ବତୀ ପ୍ରଧାନ, ଗାୟତ୍ରୀ ଚୌଧୁରୀ, ରୋଜା ରାଉତ,କାଜଲ ପଲାଇ ,ସ୍ମିତା ଚୌଧୁରୀ, ଗାୟତ୍ରୀ ପଣ୍ଡି, ଖୁସି ଦଳାଇ,ସରିତା ପରିଡ଼ା, ଏବଂ ଅନ୍ୟ ଶାଖା ର ସମସ୍ତ ଶିକ୍ଷକ କାର୍ଯ୍ୟକ୍ରମରେ ସାହାଯ୍ୟ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ବେଶୀ ମୁଖ୍ୟ ଆକର୍ଷଣ ଶିବ ତାଣ୍ଡବ, ଦୁର୍ଗତି ନାଶିନୀ ଦୁର୍ଗା ଏବଂ ଅନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକ ମାନଙ୍କ ବିଶେଷ ମନ ମୋହିଥିଲା ।ଶେଷରେ ସମସ୍ତ ଛାତ୍ରଛାତ୍ରୀ ରାତ୍ରି ଭୋଜନ କରି ମନ ଖୁସିରେ ଘରକୁ ଫେରିଥିଲେ।


